Alapa Ayusha odia christian song lyrics. This song is sung by Ananya Nanda (Ollywood Singer), it is composed and written by Amit Badnayak.
Alapa Ayusha Song Lyrics Details:
🎵 Song | Alapa Ayusha |
🎼 Lyrics | Amit Badanayak |
🎤 Singer | Ananya Nanda (Ollywood Singer) |
🎶 Music | Amit Badanayak |
🏷️ Music Label | AB Music |
Alapa Ayusha Lyrics in Odia - Amit Badanayak
ହାଏରେ ମଣିଷ ମାଟିର ମଣିଷ
ଅତି ଅଳ୍ପ ତୋ ଆୟୁଷ ..ହୋ.. (୨ଥର)
ତୋ ଜୀବନ ଦୀପ ଲିଭିବା ଆଗରୁ (୨ଥର)
ଯୀଶୁଙ୍କୁ କରିଯା ବିଶ୍ୱାସ ....
=୦=
କେଉଁ ବାଟେ କେତେବେଳେ ମରଣ ଆସେ ଅକାଳେ
ମନୁଷ୍ୟ ତ ଜାଣେ ନାହିଁ
ତଥାପି କାହିଁକି ସତେ ଗର୍ବ ଅହଙ୍କାର ଏତେ
ଜୀବନ ତ କ୍ଷଣସ୍ଥାୟୀ ....
ଯେତେ ଧନଶାଳୀ ହେଉ ଅବା ଜ୍ଞାନି ଗୁଣୀ ହେଉ
ମୃତ୍ୟୁ ସଭିଙ୍କର ପାଇଁ
ଅଟକାଇ ରଖିବାକୁ ମଣିଷର ନିଃଶ୍ୱାସକୁ
କାହାର କ୍ଷମତା ନାହିଁ
ଜନମ ମୃତ୍ୟୁର ସବୁ ଅଧିକାର (୨ଥର)
ରହିଅଛି ଯୀଶୁ ପାଶ ....
=୧=
ଯୀଶୁଙ୍କୁ ହୃଦେ ନ ପାଇ ଯଦି ମରିଯିବୁ ତୁହି
ତେବେ କିଛି ମୂଲ୍ୟ ନାହିଁ
ଦୁଷ୍ଟର ମରଣେ ପ୍ରଭୁ ସନ୍ତୋଷ ହୁଅନ୍ତି ନାହିଁ
ଏହା କି ଜାଣିନୁ ତୁହି
ଆଜି ବି ସୁଯୋଗ ଅଛି ଫେରିବାର ବାଟ ଅଛି
ବିଳମ୍ବ କରୁଛୁ କାହିଁ
ତୋ ଜୀବନ ଥାଉ ଥାଉ ଏ ସମୟ ରହୁ ରହୁ
ଚାଲିଆ ତୁ ବେଗେ ଧାଇଁ
ଡେରି ତୁ ନ କରି ପାପକୁ ସ୍ୱୀକାରୀ
ଫେରିଆ ତୁ କ୍ରୁଶ ପାଶ ....
=୨=
Alapa Ayusha Lyrics in English
Haaere Manisha Matira Manisha
Ati Alpa To Ayusha.. Ho.. (2 times)
To Jibana Dipa Libhiba Aagaru (2 times)
Jishunku Karija Bishwasa....
=0=
Keuu Bate Ketebele Marana Aase Akaale
Manushya Ta Jaane Nahi
Tathapi Kahinki Sate Garba Ahankara Ate
Jibana Ta Khyanasthayi....
Jete Dhanashali Heu Aba Gyani Guni Heu
Mrutyu Sabhinkara Paen
Atakai Rakhibaku Manishara Nishwaasaku
Kahara Khyamata Nahi
Janama Mrutyura Sabu Adhikara (2 times)
Rahiachhi Jishu Paasha....
=1=
Jishunku Hrude Na Pai Jadi Marijibu Tuhi
Tebe Kichhi Mulya Nahi
Dustara Marane Prabhu Santosha Huanti Nahi
Eha Ki Janinu Tuhi
Aji Bi Sujoga Achhi Pheribara Bata Achhi
Bilamba Karuchhu Kahin
To Jibana Thau Thau E Samaya Rahu Rahu
Chalia Tu Bege Dhain
Deri Tu Na Kari Papaku Swikaari
Pheria Tu Crusha Pasha....
=2=
Music Video of Alapa Ayusha Song:
"ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ଆପଣ ମାନଙ୍କୁ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର, ଆଶା ଏବଂ ବିଶ୍ୱାସ କରୁଛି ଆପଣ ମାନେ ସମସ୍ତେ ଭଲରେ ଥିବେ । ମୋର କେବଳ ଗୋଟିଏ ଅନୁରୋଧ ଆପଣ ମାନଙ୍କୁ, ଏ ଗୀତ ଅଳପ ଆୟୁଷ (Alapa Ayusha) ରଚନା ଟି କୁ ଆପଣ ମାନଙ୍କର ପରିବାର ଏବଂ ଖ୍ରୀଷ୍ଟୀୟ ବନ୍ଧୁ, ଭାଇ, ଭଉଣୀ ମାନଙ୍କୁ Share କରନ୍ତୁ ।"