Type Here to Get Search Results !

Alapa Ayusha Song Lyrics In Odia | New Odia Song Alapa Ayusha | Ananya Nanda

 Alapa Ayusha Song Lyrics Details:

Alapa Ayusha Lyrics in Odia ଗୀତଟିକୁ ଲେଖିଛନ୍ତି Amit Badanayak, ଗୀତଟିରେ କଣ୍ଠଦାନ ଦେଇଛନ୍ତି Ananya Nanda । Music Label - AB music । ମୁଁ ଆଶା କରୁଛି ଆପଣ ମାନଙ୍କୁ ଏହି ନୂଆ ଖ୍ରୀଷ୍ଟିଆନ Alapa Ayusha Song Lyrics ଟି ନିଶ୍ଚୟ ଭଲ ଲାଗିବ ଏବଂ ଆଧ୍ୟାତ୍ମିକ ଜୀବନରେ ବଢ଼ିବାରେ ସାହାଯ୍ୟ କରିବ। ଏହି ପୋଷ୍ଟକୁ Share କରିବାକୁ ଭୁଲନ୍ତୁ ନାହିଁ।

SONG CREDITS:

  • Song : Alapa Ayusha (Studio Version)
  • Singer : Ananya Nanda (Ollywood Singer)
  • Lyrics : Amit Badanayak
  • Music : Amit Badanayak
  • Programming & Arrangement : Bapi Samal
  • Flute By : Prafulla, Bangalore
  • Camera & Edit : Digital Crew , Cuttack
  • DOP : Bapi Bhai
  • Production : AB Music
  • Banner : AB Music
  • Poster Design : Biswo
  • Music label : AB music


[ Full Lyrics ]

ହାଏରେ ମଣିଷ ମାଟିର ମଣିଷ
ଅତି ଅଳ୍ପ ତୋ ଆୟୁଷ ..ହୋ.. (୨ଥର)
ତୋ ଜୀବନ ଦୀପ ଲିଭିବା ଆଗରୁ (୨ଥର)
ଯୀଶୁଙ୍କୁ କରିଯା ବିଶ୍ୱାସ ......=୦=

କେଉଁ ବାଟେ କେତେବେଳେ ମରଣ ଆସେ ଅକାଳେ
ମନୁଷ୍ୟ ତ ଜାଣେ ନାହିଁ
ତଥାପି କାହିଁକି ସତେ ଗର୍ବ ଅହଙ୍କାର ଏତେ
ଜୀବନ ତ କ୍ଷଣସ୍ଥାୟୀ ....
ଯେତେ ଧନଶାଳୀ ହେଉ ଅବା ଜ୍ଞାନି ଗୁଣୀ ହେଉ
ମୃତ୍ୟୁ ସଭିଙ୍କର ପାଇଁ
ଅଟକାଇ ରଖିବାକୁ ମଣିଷର ନିଃଶ୍ୱାସକୁ
କାହାର କ୍ଷମତା ନାହିଁ
ଜନମ ମୃତ୍ୟୁର ସବୁ ଅଧିକାର (୨ଥର)
ରହିଅଛି ଯୀଶୁ ପାଶ ....=୧=

ଯୀଶୁଙ୍କୁ ହୃଦେ ନ ପାଇ ଯଦି ମରିଯିବୁ ତୁହି
ତେବେ କିଛି ମୂଲ୍ୟ ନାହିଁ
ଦୁଷ୍ଟର ମରଣେ ପ୍ରଭୁ ସନ୍ତୋଷ ହୁଅନ୍ତି ନାହିଁ
ଏହା କି ଜାଣିନୁ ତୁହି
ଆଜି ବି ସୁଯୋଗ ଅଛି ଫେରିବାର ବାଟ ଅଛି
ବିଳମ୍ବ କରୁଛୁ କାହିଁ
ତୋ ଜୀବନ ଥାଉ ଥାଉ ଏ ସମୟ ରହୁ ରହୁ
ଚାଲିଆ ତୁ ବେଗେ ଧାଇଁ
ଡେରି ତୁ ନ କରି ପାପକୁ ସ୍ୱୀକାରୀ
ଫେରିଆ ତୁ କ୍ରୁଶ ପାଶ ......=୨=


Post a Comment

0 Comments
* Please Don't Spam Here. All the Comments are Reviewed by Admin.