Type Here to Get Search Results !

Haleluya Haleluya Lyrics In Odia | Odia Christian Song Book | Christian Geet Lyrics

Song Details:

ସମସ୍ତ ଖ୍ରୀଷ୍ଟୀୟ ଭାଇ ଓ ଭଉଣୀ ମାନଙ୍କୁ ସମସ୍ତଙ୍କୁ ମୋର ଖ୍ରୀଷ୍ଟ ପ୍ରେମରେ ନମସ୍କାର ଆଶା କରୁଛି ଆପଣ ମାନଙ୍କୁ ଏହି Haleluya Haleluya Song Lyrics ଭଲ ଲାଗିବ । ଏହି ଗୀତଟି ଆପଣମାନେ ଯେକୌଣସି ଖ୍ରୀଷ୍ଟିଆନ ସଙ୍ଗୀତ ବହିରେ ପାଇ ପାରିବେ ଏବଂ ଆରାଧନା ସଙ୍ଗୀତ ବହିରେ ମଧ୍ୟ ପାଇ ପାରିବେ।

Haleluya Haleluya Song, Hallelujah lyrics, New Christian Odia Song, Jesus Song Odia, Jesus Song Lyrics Odia, New Odia Jesus Song Lyrics
haleluya haleluya lyrics image

|| Haleluya Haleluya Song Full Lyrics ||

ହାଲେଲୁୟା .... ହାଲେଲୁୟା ...
ହାଲେଲୁୟା .... ହାଲେଲୁୟା ... || 0 ||
ଗାଅ ସର୍ବେ ସାଧୁଗଣ ଉଚ୍ଚ ସ୍ବରରେ
ଆସୁଛନ୍ତି ଯୀଶୁରାଜା ମଧ୍ୟାକାଶରେ
ତୂରୀ ବାଦ୍ୟ ହେବ କବର ଖୋଲିବ
ଖ୍ରୀଷ୍ଟାଶ୍ରୀତେ ଉଠିବେ ... || 1 ||

ବଞ୍ଚିଥିବା ଯେତେ ଆମେ ଏହି ଶରୀରେ
ଅନ୍ୟ ରୂପ ହୋଇଯିବା ଏକ ଲିତାରେ
ଆମେ ଊର୍ଦ୍ଧକୁ ଉଠିବା ଯୀଶୁଙ୍କୁ ଭେଟିବା,
ସାଧୁଗଣ ସଙ୍ଗରେ .... || 2 ||

ଭୟ ନାହିଁ ଭୟ ନାହିଁ ଆଉ ମୃତ୍ୟୁରେ
ମୃତ୍ୟୁ ଶକ୍ତି ପରାଜିତ ଯୀଶୁ ବଳରେ
(ସଦା) ଜୀବନ ଲଭିବା ଅମର ହୋଇବା
ଯୀଶୁ ସାଥେ ରହିବା .... || 3 ||

ଫେର ଭାଇ ପାପ ପଥୁ ଏହି କ୍ଷଣରେ
ପାପ ଦାଗ ଧୋଇ ଦିଅ ଯୀଶୁ ରକ୍ତରେ
(ଆମେ) ନିରାଶ ନୋହିବା ନରକୁ ବଞ୍ଚିବା
ସ୍ଵର୍ଗ ସୁଖ ପାଇବା ... || 4 ||

Post a Comment

0 Comments
* Please Don't Spam Here. All the Comments are Reviewed by Admin.