Bethalihima Song Lyrics Details:
Song - Bethalihima
Singer - Amit Pani ( Gospel Singer )Lyrics and Music - Pradeep Kumar
Music Arrangement - Subham Samal ( Bapi )
Recording and mixing - Pratibha Studio ( Cuttack )
Producer - Naren Lima
Video Editing - Chiku
Poster - Billiam Raita
Music level - NL MUSIC
YouTube Partner - Prabhudutta Pramanik
Full Lyrics ( ଗୀତର ସମ୍ପୂର୍ଣ ଲେଖା )
ଆନନ୍ଦରେ ମନ ଝୁମି ଯାଉଛି
ବେଥଲିହିମେ ଶିଶୁ ଯୀଶୁ ଜନମ ହୋଇଛି..
ଦେଖ ଆଜି ଧରା କମ୍ପି ଉଠୁଛି
ମନର ସାଗରେ ଢେଉଁ ନାଚୁଛି (2 ଥର )
ଜନମିଲେ ତ୍ରାଣ କରତା ଶିଶୁ ଯୀଶୁ ମୁକତି ଦାତା (2 ଥର)
ଆନନ୍ଦରେ ମନ ଝୁମି ଯାଉଛି
ବେଥଲିହିମେ ଗୁହାଳେ ଜନମ ହୋଇଛି..
ଦୂର ଆକାଶେ ଦେଖ ସେ ତାରାଟେ ହସୁଛି =0=
ସେ ଶୁଭ ବାରତା ଦେଇଗଲେ ଦୂତ
ଜନମ ନେଲେ ପିତାଙ୍କ ଅଦ୍ଵିତ୍ୟ ପୁତ୍ର
ଆସହେ ସରବେ ଗାଇବା ଆନନ୍ଦେ
ଶିଶୁ ପ୍ରିୟ ଯୀଶୁ ନାମେ ପ୍ରସଂଶା ଗୀତ
ଅରପିବା କୁନ୍ଦୁରୁ ସୁନା ଗାଈ ହାଲେଲୁୟା ହୋଶାନ ( 2 ଥର )
ଖୁସିର ଲହରୀ ନାଚି ଉଠୁଛି..
ବେଥଲିହିମେ ଗୁହାଳେ ଜନମ ହୋଇଛି..
ଦୂର ଆକାଶେ ଦେଖ ସେ ତାରାଟେ ହସୁଛି =1=
ମହା ପରିତ୍ରାଣ ଆସିଛି ଧରାରେ
ପରିତ୍ରାଣ ମିଳେ ସେହି ଯୀଶୁ ନାମରେ
ଆହାକି ମଧୁର ପ୍ରିୟ ଯୀଶୁ ନାମ
ଭଜିଲେ ଆନନ୍ଦ ମିଳେ ଏ ଜୀବନରେ
ମଧୁର ମହକ ସୁବାସେ ଆନନ୍ଦରେ ମନ ହରଷେ ( 2 ଥର )
ମନବଗିଚାରେ ବାସି ଉଠୁଛି
ବେଥଲିହିମେ ଗୁହାଳେ ଜନମ ନେଇଛି..
ଦୂର ଆକାଶେ ଦେଖ ସେ ତାରାଟେ ହସୁଛି =2=